ନୂଆଦିଲ୍ଲୀ, ୨୫/୧୧: (ସମୀକ୍ଷାବ୍ୟୁରୋ) : ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ଆଜି ରାୟ ପ୍ରକାଶ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ। ଗତ ଗୁରୁବାର ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି କୋର୍ଟ। ବ୍ୟାପମ୍ ଅଧୀନରେ ୨୦୧୩ରେ ମଧ୍ୟପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା। କନେଷ୍ଟବଳ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଦୋଷୀଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ, ୧୨ ଜଣ ନକଲି ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲ ରହିଛନ୍ତି। (ଏଜେନ୍ସି)