
ସମୀକ୍ଷା ବ୍ୟୁରୋ,26/11: ଜିଏସ୍ଟି ଠକେଇ ଅଭିଯୋଗରେ ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଙ୍ଗଳବାର ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ସମେତ 4ଟି ସ୍ଥାନରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ବର ଏବଂ ରାଉରକେଲା ଜିଏସ୍ଟି ଟିମ୍ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।