ମୁମ୍ବାଇ, ୨୬/୧୧: ତାମିଲ ଅଭିନେତା ବିଜୟ ସେଥୁପତି ଅମିର ଖାନଙ୍କ ଲାଲ ସିଂ ଚଡ୍ଡା ଜରିଆରେ ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି। ନିଜର ନିଆରା ଅଭିନୟ ପାଇଁ ଦର୍ଶକଙ୍କ ନିକଟରେ ବେଶ୍ ଲୋକପ୍ରିୟ ହେଉଛନ୍ତି ଏହି ଅଭିନେତାଜଣକ। ତେବେ ବିଜୟ ସେଥୁପତି ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ କମ୍ପାନିଅନ୍ ସହିତ ଏକ ସାକ୍ଷାତକାର ଅବସରରେ ନିଜେ ବିଜୟ ସେଥୁପତି ଏହି ସୂଚନା ଦେଇଛନ୍ତି। ଏହା ଦେଶର ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚିବାର ମାଧ୍ୟମ ତେଣୁ ହିନ୍ଦି ଭାଷାରେ ଫିଲ୍ମ କରିବା ନେଇ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବିଜୟ ସେଥୁପତି। ହିନ୍ଦୀ ଭାଷା କଷ୍ଟ ସାଧ୍ୟ କି ନାହିଁ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଯେ, ଭାଷା ଶିଖିବା ସହଜ ମାତ୍ର ସେହି ଅଞ୍ଚଳର ସଂସ୍କୃତିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଜୟ। ସଂସ୍କୃତିକୁ ଜାଣିଲେ ଦର୍ଶକଙ୍କ ନିକଟରେ ସହଜରେ ପହଞ୍ଚି ହେବ ବୋଲି ବିଜୟ କହିଥିଲେ। ଏହି ଫିଲ୍ମରେ ଅମିର୍ ଖାନ୍ ଏବଂ କରୀନା କପୁର ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଚଳିତ ବର୍ଷ ବିଜୟଙ୍କର ୪ଟି ଫିଲ୍ମ ରିଲିଜ୍ ହୋଇଥିବାବେଳେ ତ୍ୟାଗରାଜନ କୁମାର ରାଜାଙ୍କ ନିର୍ଦ୍ଦେଶିତ ‘ସୁପର ଡିଲକ୍ସ’ରେ ବିଜୟଙ୍କ ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ। (ଏଜେନ୍ସି)