କଳାହାଣ୍ଡି, ୨୭/୧୧: (ସମୀକ୍ଷା ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତ ସ୍ଥିତ ଖାଲିଆପାଲି ଗାଁରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ବାଗ୍ଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରର ନବଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କରାଯାଇଛି। ଏଥିରେ ଅନେକ ଅଭିଭାବକ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଓ ସଠିକ ସମାଧାନର ପନ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ।
ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ପରିଚାଳନାରେ ସଭାପତିତ୍ୱ ଭାର ତୁଲାଇଥିଲେ କଲେଜର ଚେୟାରମ୍ୟାନ ଶାନ୍ତନୁ ମହାପାତ୍ର। ସଭାରେ ପବ୍ଲିକ ରିଲେସନ ଅଫିସର ତଥା ଭାଇସ୍ ଚେୟାରମ୍ୟାନ ଭାସ୍କର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଏବଂ ନିର୍ଦ୍ଦେଶକ ତଥା ଗଣିତ ଅଧ୍ୟାପକ ମହେଶ୍ବର ମହଲା ଯୋଗ ଦେଇଥିଲେ।। ସୁଦାମ ଚରଣ ବାରିକ, ଶିବରାଜ ସାହୁ,ଭୋଳାନାଥ ସାହୁ, ମିତ୍ରେସେନ୍ ସାହୁ ପ୍ରମୁଖ ସହଯୋଗ କରିଥିଲେ।।