ନୂଆଦିଲ୍ଲୀ,27/11: 15 ତମ ଅର୍ଥ କମିଶନ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ପକ୍ଷରୁ ସମ୍ପ୍ରସାରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅର୍ଥ କମିଶନ ମୁଖ୍ୟ ଏନ୍ କେ ସିଂଙ୍କ ନେତୃତ୍ବରେ ଏହି କମିଟି ରହିଛି । ନଭେମ୍ବର 30ରେ 14 ତମ ଅର୍ଥ କମିଶନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସମ୍ପ୍ରସାରଣ ପରେ କମିଟି ଦୁଇଟି ଅର୍ଥନୈତିକ ରିପୋର୍ଟ ପ୍ରଦାନ କରିବ । 2020-21 ଆର୍ଥିକ ବର୍ଷ ପାଇଁ ଏକ ରିପୋର୍ଟ ଏବଂ 2022-26 ପର୍ଯ୍ୟନ୍ତ ଆଉ ଏକ ରିପୋର୍ଟ ପ୍ରଦାନ କରାଯିବ । 31 ଅକ୍ଟୋବର 2020ରେ କମିଟି ଏହାର ପ୍ରଥମ ରିପୋର୍ଟ ପ୍ରଦାନ କରିବ । (ଏଜେନ୍ସୀ)