କଲିକତା, ୨୮/୧୧: ପଶ୍ଚିମବଙ୍ଗର କାଲିଆଗଞ୍ଜ ଓ ଖଡ୍ଗପୁର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଟିଏମ୍ସି ବିଜୟୀ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଏହି ବିଜୟର ଶ୍ରେୟକୁ ରାଜ୍ୟବାସୀଙ୍କୁ ଦେଇ ଏହି ଅବସରରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ମମତା କହିଛନ୍ତି ଯେ, ବିଜେପି ନିଜର ଅହଙ୍କାର ଓ ରାଜ୍ୟର ଲୋକଙ୍କୁ ଅପମାନିତ କରିବାର ପରିଣାମ ଭୋଗୁଛି । ସୂଚନାଯୋଗ୍ୟ, କାଲିଆଗଞ୍ଜ ଆସନରୁ ଟିଏମ୍ସି ପ୍ରାର୍ଥୀ ତପନ ଦେବ ସିହ୍ନା ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କମଲ ଚନ୍ଦ୍ର ସରକାରଙ୍କୁ ୨,୩୦୪ ଭୋଟରେ ହରାଇଛନ୍ତି । ସେହିପରି ଖଡଗପୁର ସଦରର ଟିଏମ୍ସି ପ୍ରାର୍ଥୀ ପ୍ରଦୀପ ସରକାର ୨୦,୮୧୧ ଭୋଟ୍ରେ ଜିତିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ତିନୋଟି ଆସନରେ ଗତ ୨୫ ତାରିଖରେ ଉପନିର୍ବାଚନ ହୋଇଥିଲା । (ଏଜେନ୍ସି)