ଭୁବନେଶ୍ବର, ୨୮/୧୧ : (ସମୀକ୍ଷା ବ୍ୟୁରୋ) : ଭୁବନେଶ୍ବର ନନ୍ଦନକାନନଠାରେ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ଅକ୍ଟୋବର ୨୨ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ବର ନନ୍ଦନକାନନକୁ ଆସିଥିଲେ । ମୃତ ଆନାକୋଣ୍ଡାର ବୟସ ୨ ବର୍ଷ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।