ନୂଆଦିଲ୍ଳୀ, ୨୯/୧୧: ପିଆଜ ଦର ଏବେ ଆକାଶଛୁଆଁ ହୋଇଥିବବେଳେ ଦେଶରେ କେତେକ ସ୍ଥାନରେ ପିଆଜ ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଶିବପୁରୀର ଏକ ଟ୍ରକ୍ରୁ ୨୫ ଲକ୍ଷ ପିଆଜ ଚୋରି ହୋଇଛି । ସେହିପରି ପଶ୍ଚିମବଙ୍ଗର ମିଦାନପୁରରୁ ୧୦୦ କିଲୋ ପିଆଜ ଓ ଗୁଜୁରାଟ ସୁରତ ମଣ୍ଡିରୁ ପାଖାପାଖି ୨୫୦ କିଲୋ ପିଆଜ ଚୋରି ହୋଇଥିବାର ଖବର ମିଳିଛି । ଦେଶରେ ଟମୋଟ ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ପିଆଜ କିଲୋ ପିଛା ୧୦୦ ଟଙ୍କା ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଏବେ ୮୦ ଟଙ୍କାରେ ମିଳୁଛି । ପିଆଜ ଦର ବୃଦ୍ଧିକୁ ନେଇ ସରକାର ନାଚାର ରହିଛନ୍ତି । (ଏଜେନ୍ସି)