ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୧/୧୨: ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଏଏସ୍ଆଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ଏଏସ୍ଆଇଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ଏଏସ୍ଆଇ ପ୍ରଶାନ୍ତ ସ୍ବାଇଁ। ମୃତଦେହ ପାଖରୁ ଜବତ ସୁଇସାଇଡ୍ ନୋଟ୍ ପୋଲିସ୍ ଦେଉନଥିବାର ଅଭିଯୋଗ ମଧ୍ୟ ହୋଇଛି। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଧ୍ୟାପିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଫଳରେ ଅଧ୍ୟାପିକା ଜଣକ ଗତକାଲି ଆତ୍ମହତ୍ୟା କରିଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି।