ଭୁବନେଶ୍ବର, ୨/୧୨: ରୋଷେଇ ଗ୍ୟାସ ଟାଙ୍କି ଫାଟି ସ୍ବାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧାଜିଲ୍ଲା ହରିପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସ୍ତ୍ରୀ ଜଳି ଯାଉଥିବା ଦେଖି ସ୍ବାମୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଫଳରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)