ଭୁବନେଶ୍ବର, ୨/୧୨: ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସୁନୀଲ୍ ରାୟ । ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସୁନୀଲ୍ ରାୟ ପୂର୍ବରୁ ପୋଲିସ୍ କମିଶନସର ଭାବେ କାର୍ଯ୍ୟ କରିଥିଲେ । ଦାୟିତ୍ବ ନେବା ପରେ ସୁନୀଲ୍ ରାୟ ପ୍ରତିକ୍ରିୟା କହିଛନ୍ତି ଯେ, ଏହା ଏକ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ । ଏହାକୁ ସୁଚାରୁ ରୂପେ ତୁଲାଇବା ସହିତ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବାକ ପ୍ରଥମ ଲକ୍ଷ୍ୟ ହେବ ବୋଲି କହିଛନ୍ତି । ସେହିଭପରି ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯିବ ଓ ବିଭାଗରେ ଅଧିକ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରାଯିବ ବୋଲି କୁହଯାଏ । (ଏଜେନ୍ସି)