Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ
ଆଜିର ଖବର

ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ

December 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁରଟ,2/12 : ଡିଫେଣ୍ଡିଂ ଚାମ୍ପିୟନ୍‌ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ କର୍ଣ୍ଣାଟକ 1 ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍‌ ସଂଗ୍ରହ କରିଥିଲେ । ପାଣ୍ଡେ 45ଟି ବଲ୍‌ର ସମ୍ମୁଖୀନ ହୋଇ 4ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ 60 ରନ୍‌ ସଂଗ୍ରହ କରିଥିଲେ । ପାଣ୍ଡେଙ୍କ ବ୍ୟତୀତ ରୋହନ କଦମ୍‌(36), ଦେବଦତ୍ତ ପାଡିକଲ(32) ଏବଂ କେ ଏଲ୍‌ ରାହୁଲ(22) ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍‌ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍‌ ସତ୍ତ୍ବେ ବିଜୟ ଠାରୁ 1 ରନ୍‌ ଦୂରରେ ରହିଥିଲା ତାମିଲନାଡୁ । ଶେଷ ଓଭରରେ 13 ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ଦୁଇ ବଲ୍‌ରେ ମୁରୁଗନ୍‌ ଅଶ୍ବିନ୍‌ ଦୁଇଟି ଚୌକା ମାରିଥିଲେ । ମାତ୍ର ଚତୁର୍ଥ ବଲ୍‌ରେ ବିଜୟ ଶଙ୍କର ରନ୍‌ ଆଉଟ୍‌ ହେବାରୁ ଦଳ ବିଜୟ ଠାରୁ 1 ରନ୍‌ ଦୂରରେ ରହି ଯାଇଥିଲା ।(ଏଜେନ୍ସୀ)

karnatak manishpandey tamilnadu
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026
Latest News

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.