ନୂଆଦିଲ୍ଲୀ, ୦୩/୧୨: ଆୟକର ବିଭାଗ ତରଫରୁ ଦେଶର ମୁଖ୍ୟ ବିରୋଧୀ ଦଳ ତଥା ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି)କୁ ନୋଟିସ୍ ଜାରି କରାଯାଇଛି । ରାଜନୈତିକ ଚାନ୍ଦାକୁ ନେଇ କଂଗ୍ରେସକୁ ଏହି ନୋଟିସ କରାଯାଇଛି। ହାଇଦ୍ରାବାଦର ଏକ କମ୍ପାନୀ ସହ ସଂପୃକ୍ତ ଥିବା ନେଣଦେଣକୁ ନେଇ କଂଗ୍ରେସକୁ ଏହି ନୋଟିସ କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ଏକ ଇନ୍ଫ୍ରାଷ୍ଟକଚର୍ କମ୍ପାନୀ ଦ୍ୱାରା ପଠାଯାଇଥିବା ଟଙ୍କାର ହିସାବ କାହିଁକି ଦିଆଯିବ ନାହିଁ ତା’ର କାରଣ ଦର୍ଶାଇବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି। ଏବେ ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଆସି ନାହିଁ। ସୂଚନାଯୋଗ୍ୟ, ନିକଟରେ ଆୟକର ବିଭାଗ ପକ୍ଷରୁ ସମ୍ପୃକ୍ତ କମ୍ପାନୀ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଣାପଡ଼ିଥିଲା ଯେ, ଏହି କମ୍ପାନୀ ହଓ୍ବାଲା ଦ୍ୱାରା କଂଗ୍ରେସକୁ ୧୭୦ କୋଟି ଟଙ୍କା ଦେଇଛି। ଏହାପରେ ଏନେଇ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଏହି କମ୍ପାନୀ ଅନ୍ୟ କିଛି ରାଜନୈତିକ ଦଳଙ୍କୁ ମଧ୍ୟ ଚାନ୍ଦା ଦେଇଥିବାର ସୂଚନା ରହିଛି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ନାମ ପଦାକୁ ଆସିପାରିନାହିଁ । (ଏଜେନ୍ସି)