ପାଟନା, ୩/୧୨: ଦେଶରେ ଦେଢ ମାସରୁ ଉର୍ଦ୍ଧ୍ବ ହେବ ପିଆଜର ଦର ଆକାଶ ଛୁଆଁ ରହିଛି । ପିଆଜ କିଲୋ ପ୍ରତି ୧୦୦ ଟଙ୍କା ରହିଥିବାବେଳେ ପିଆଜକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏବେ ପିଆଜକୁ ନେଇ ସମସ୍ତ ରାଜନୈତିକ ଦଳ ରାଜନୀତି କରୁଥିବାର ନଜର ଆସିଲେଣି । ପାଟନାରେ ପିଆଜ କିଲୋ ପ୍ରତି ୯୦ ଟଙ୍କା ରହିଥିବାବେଳେ ଜନଅଧିକାର ଦଳର ଅଧ୍ୟକ୍ଷ ପପୁ ଯାଦବ ୩୫ ଟଙ୍କା କିଲୋରେ ପିଆଜ ବାଣ୍ଟିଛନ୍ତି । ପପୁ ଯାଦବ ପିଆଜକୁ ନେଇ ସମସ୍ତ ବିପିଏଲ୍ ଧାରକଙ୍କୁ ୩୫ ଟଙ୍କା କିଲୋ ହିସାବରେ ୧୦ କିଲୋ ପିଆଜ ଦେବେ ବୋଲି କହିଛନ୍ତି । ଏପରିକି ବିଜେପି ଅଫିସ୍ ବାହାରେ ସେ ୩୫ ଟଙ୍କା କିଲୋ ହିସାବରେ ପିଆଜ ମଧ୍ୟ ବଣ୍ଟନ କରିଛନ୍ତି । ପିଆଜକୁ କିଣିବାକୁ ନେଇ ସେହି ଅଞ୍ଚଳରେ ବହୁତ ଭିଡ ମଧ୍ୟ ହୋଇଥିଲା। ପିଆଜ ଦର ଉପରେ ସରକାର ଲଗାମ ଲଗାଇପାରୁନଥିବାବେଳେ ସଂସଦରେ ପିଆଜକୁ ନେଇ ବିରୋଧୀମାନେ ସରକାରଙ୍କ ଦୃଢ ବିରୋଧ କରୁଛନ୍ତି । (ଏଜେନ୍ସି)