ନୂଆଦିଲ୍ଲୀ, ୩/୧୨: କେନ୍ଦ୍ର ଆଜି ବାତ୍ୟା ବୁଲ୍ବୁଲ୍ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କରିଛି। ବୁଲ୍ବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାୟତା ଘୋଷଣା । ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରାଯାଇଛି।
ଲୋକସଭାରେ ଆଜି ‘ଫୋନି’ ସହାୟତା ପ୍ରସଙ୍ଗ ଉଠିଛି । ଜୁଏଲ୍ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ଦାସ ଉତ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ୧୦୦୦ କୋଟିର ଅତିରିକ୍ତ ସହାୟତା ଦିଆଯାଇଥିବାବେଳେ ଏନ୍ଡିଆର୍ଏଫ୍ ପକ୍ଷରୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ(ଏଜେନ୍ସି)