ସମୀକ୍ଷା ବ୍ୟୁରୋ
ପୁରୀ : ୩/୧୨: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ସମୟସୀମାକୁ ଆଉ ସାତ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏହା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରହିବ। ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମେନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃଥ ଭାବରେ ଗ୍ରହଣ କରିବା ସହ ନିରାପତ୍ତା ବଳୟ ନିମେନ୍ତ ସେମାନଙ୍କ ଜମି ପ୍ରଦାନ କରିଛନ୍ତି। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି।