ନୂଆଦିଲ୍ଲୀ, ୪/୧୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ବୁଧବାର ଏକ ଘୋଷଣା କରିଛନ୍ତି । ଆମ୍ ଆଦ୍ମୀ ପାର୍ଟି ତରଫରୁ ପ୍ରି ଓ୍ବାଇଫାଇର ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍ ଷ୍ଟାଣ୍ଟ୍ରେ ୩୦୦୦ ଓ୍ବାଇଫାଇ ହଟ୍ସ୍ପଟ୍ ଲାଗିବ । ପୂରା ଦିଲ୍ଲୀ ସହରରେ ମୋଟ୍ ୧୧୦୦୦ ହଟ୍ସ୍ପଟ୍ ଲାଗିବ । ପ୍ରତି ୟୁର୍ଜସକୁ ପ୍ରତି ମାସ ୧୫ ଜିବି ଫ୍ରି ଡାଟା ମିଳିବ ବୋଲି ଘୋଷଣା କରାଯାଇଛି । ଏହି ଯୋଜନା ଆସନ୍ତା ଡିସେମ୍ବର ୧୬ ତାରିଖରୁ ଆରମ୍ଭ କରାଯିବ ।
ଫ୍ରି ଓ୍ବାଇଫାଇ ସେବାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିସାରିଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । କ୍ୟାବିନେଟ୍ ଅଗଷ୍ଟ ୮ ତାରିଖରେ ୪୦୦୦ ବସଷ୍ଟାଣ୍ଡ ଓ ବିଧାନସଭାରେ ୧୦୦ ହଟ୍ସ୍ପଟ୍ ଲଗାଇବା ନେଇ ମଞ୍ଜୁରୀ ଦେଇଛି । ହଟ୍ସ୍ପଟ୍ରୁ ୫୦ ମିଟର ଦୂର ମଧ୍ୟରେ ମହଜୁଦ ଲୋକେ ଏହି ଫ୍ରି ଓ୍ବାଇଫାଇ ସେବା ଉପଲବ୍ଧ ହୋଇପାରିବେ । ଏଥିପାଇଁ ସରକାର ପାଖାପାଖି ୧୦୦୦ କୋଟି ଖର୍ଚ୍ଚ କରିବେ । ୨୦୧୫ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀରେ ଫ୍ରି ଓ୍ବାଇଫାଇ ସେବା ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲା। ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତି ପାଳନ କରୁଛି । (ଏଜେନ୍ସି)