ମୁମ୍ବାଇ, ୪/୧୨: ନାଗରିକତା ସଂଶୋଧନ ବିଲ୍ ଉପରେ ମୋଦି କ୍ୟାବିନେଟ୍ ମୋହର ଲଗାଇଛନ୍ତି । ଏହି ବିଲ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି । କିନ୍ତୁ ଏହି ବିଲ୍ ସପକ୍ଷରେ ବାହାରିଛନ୍ତି ଶିବସେନା । କଂଗ୍ରେସ ସହିତ ମହାରାଷ୍ଟ୍ରର ସରକାର ଗଠନ କରିବା ପରେ ମଧ୍ୟ ଶିବସେନା ଏହି ବିଲ୍ ସମର୍ଥନରେ ବାହାରିଛି।
ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ସର୍ବଦା ଅନୁପ୍ରବେଶକାରୀଙ୍କ ବିରୋଧରେ ରହିଛି। ମୁମ୍ବାଇରେ ଆମେ ବାଙ୍ଗଲାଦେଶୀଙ୍କର ମଧ୍ୟ ସାମ୍ନା କରିଛୁ । ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମେ ଯେକୌଣସି ସରକାରଙ୍କୁ ମଧ୍ୟ ସମର୍ଥନ କରିବୁ। ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ରହିଥିଲା ବିଲ୍ରେ ଅଲଗା ଅଲଗା ରାୟ ରହିଛି। ଏହି ବିଲ୍କୁ ନେଇ ଅନ୍ୟମାନଙ୍କର ମଧ୍ୟ ମତ ନେବା ଉଚିତ୍ । ଆସାମରେ ବିଜେପି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିଲ୍ର ବିରୋଧ କରିଛନ୍ତି । ଆମେ କୌଣସି ଧର୍ମକୁ ନେଇ ଚିନ୍ତିତ ନୋହୁଁ । ଆମେ ଜାଣିଛୁ ମୁମ୍ବାଇରେ କଣ ହେଉଛି । ସଦନକୁ ବିଲ୍ ଆସିଲେ ଆମେ ଏହାକୁ ବିଚାର କରିବୁ ବୋଲି କହିଛନ୍ତି ସଞ୍ଜୟ ରାଉତ । ସୂଚନାଯୋଗ୍ୟ, ଘନିଷ୍ଠ ସହଯୋଗୀ ଥିବା ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପିଠାରୁ ଅଲଗା ହୋଇ କଂଗ୍ରେସ, ଏନ୍ସିପି ସହ ମିଶି ରାଜ୍ୟରେ ସରକାର ଗଠନ କରିଛି । (ଏଜେନ୍ସି)