ନୂଆଦିଲ୍ଲୀ, ୪/୧୨: ସୁଦାନର ଏକ ବିସ୍ଫୋରଣରେ ୧୮ ଭାରତୀୟ ମୃତ । ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ଖବର ଅନୁସାରେ, ସୁଦାନର ଏକ ସିରାମିକ ଫ୍ୟାକ୍ଟ୍ରିରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ୧୮ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୧୩୦ଜଣରୁ ଅଧିକ ଲୋକ ଆହତ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାର ପୁଷ୍ଟି କରି ଜରୁରୀକାଳୀନ ନମ୍ୱର +୨୪୯-୯୨୧୯୧୭୪୭୧ ଜାରି କରିଛନ୍ତି ।ମଙ୍ଗଳବାର ରାଜଧାନୀ ଖାରାତୌମ୍ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ ସୂଚନା ମିଳିଥିଲା। (ଏଜେନ୍ସି)