ନୂଆଦିଲ୍ଲୀ,5/12: ପୂର୍ବ ଆଫ୍ରିକାର ସମୁଦ୍ରରେ 18 ଜଣ ଭାରୀତୟ ନାବିକ ପଣବନ୍ଦୀ ରହିଛନ୍ତି । ସମୁଦାୟ 19 ଜଣ କର୍ମଚାରୀ ରହିଥିବା ବେଳେ ତନ୍ମଧ୍ୟରୁ 18 ଜଣ ଭାରତୀୟ ରହିଛନ୍ତି । ଅନ୍ୟ ଜଣେ ପଣବନ୍ଦୀ ତୁର୍କୀର ନାଗରିକ ବୋଲି ଜଣାପଡିଛି । ନାଇଜେରିଆର ବନ୍ନି ସମୁଦ୍ର ତଟରୁ 66 ନଟିକାଲ ମାଇଲ ଦୂରରେ ଏହି ଅପହରଣ ସଙ୍ଗଠିତ ହୋଇଛି । ତୈଳ ଟ୍ୟାଙ୍କର ପାଇଁ ଜାହାଜଟିକୁ ଅପହରଣ କରାଯାଇଥିବା ଜଣାପଡିଛି । ନେଭିଓସ ମେରି ଟାଇମ୍ର ଏହି ଟ୍ୟାଙ୍କରଟିକୁ ଅପହରଣ କରାଯାଇଥିବା ବେଳେ ଅପହରଣକାରୀଙ୍କ ପକ୍ଷରୁ କୌଣସି ସର୍ତ୍ତ ରଖାଯାଇନାହିଁ । ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । (ଏଜେନ୍ସୀ)