ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର,05/12: ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ ର ଉଦଘାଟନ କରିଛି । ଟୟୋଟା ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନି ର ସୁରକ୍ଷା ମିସନ କୁ ପୁରା କରିଛି। ପ୍ରତ୍ୟେକ ଛାତ୍ରଙ୍କୁ ସୁରକ୍ଷିତ ଡ୍ରାଇଭର ତିଆରି କରିବା କମ୍ପାନି ପକ୍ଷରୁ ଏହା ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ। ଯାହାକି ଏସ୍ପିରିଟ୍ ଟୟୋଟା ,ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କମିଶନର ସଞ୍ଜିବ ପଣ୍ଡା, ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା, ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍. ରାଜା ସମେତ ଟୟୋଟା କିର୍ଲୋସ୍କର ମୋଟର ଏବଂ ଏସ୍ପିରିଟ୍ ଟୟୋଟାର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଦେଶର କୋଚି, କୋଲକାତା, ଲକ୍ଷୌ, ଫରିଦାବାଦ୍, ବିଜୟୱାଡ଼ା, ସୁରଟ, ମୁମ୍ବାଇ,ପାଲାକ୍କାଡ଼ ପ୍ରଭୃତି ସ୍ଥାନରେ ଗୋଟିଏ ଲେଖାଏଁ ସ୍କୁଲ ଥିବାବେଳେ ହାଇଦ୍ରାବାଦ୍ ଓ ଚେନ୍ନାଇରେ ୨ଟି କରି ମୋଟ ୧୨ଟି ଡ୍ରାଇଭିଂ ସ୍କୁଲ ରହିଛି ।