ହାଇଦ୍ରାବାଦ,୬/୧୨: ଆଜି ବଡିଭୋରରୁ ହାଇଦ୍ରାବାଦ ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳିକରି ମାରିଦେଇଛି। ପୋଲିସ ହାତରୁ ୪ ଅଭିଯୁକ୍ତ ବନ୍ଧୁକ ଛଡାଇ ଦୌଡି ପଳାଇ ଯିବାରୁ ପୋଲିସ ତାଙ୍କ ଉପକୁ ଗୁଳି ଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଏହି 4 ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ସେହି ସ୍ଥାନରେ ଏମାନଙ୍କୁ ଗୁଳି କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଗଣଦୁଷ୍କର୍ମ ଦିନ କଣ ଘଟିଥିଲା ତାହାର ଅନୁସନ୍ଧାନ ପାଇଁ ପୋଲିସ ୪ ଅଭିଯୁକ୍ତଙ୍କୁ ବଡି ଭୋରରୁ ଘଟଣା ସ୍ଥଳକୁ ନେଇଥିଲା। ସେଠାରେ ସେମାନେ କିପରି ଘଟଣା ଘଟାଇଲେ ତାହା କହିବା ବେଳେ ପୋଲିସ ଉପରେ ଏହି ୪ ଜଣ ଆକ୍ରମଣ କରି ତାଙ୍କଠାରୁ ବନ୍ଧୁକ ଛଡାଇ ଦୌଡିଲେ। ପୋଲିସ କିଛି ଉପାୟ ନ ପାଇ ସେମାନଙ୍କ ଉପରକୁ ଗୁଳି କରିଥିଲା। ଘଟଣାସ୍ଥଳରେ ଏହି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ସେଠାରେ ବରିଷ୍ଠ ପୋଲିସ ଅଧିକାରୀ ପହଁଚିଛନ୍ତି।(ଏଜେନସୀ)