ବମ୍ବେ ହାଇକୋର୍ଟରୁ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ୍ ପାଓ୍ବାରଙ୍କୁ ଆଜି ଆଶ୍ବସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ ଏକ ଶପଥ ପତ୍ର ଦାଖଲ କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ବିଦର୍ଭ ଇରିଗେସନ୍ ଡେଭଲପ୍ମେଣ୍ଟ କର୍ପୋରେଶନ୍ର ଅଧ୍ୟକ୍ଷ କାର୍ଯ୍ୟକାରୀ ଏଜେନ୍ସିଙ୍କ କାର୍ଯ୍ୟ ପାଇଁ ଅଜିତ୍ ପାଓ୍ବାରଙ୍କୁ ଉତ୍ତରଦାୟିତ୍ୱ କରିନାହାନ୍ତି। କାରଣ ତାଙ୍କ ପାଖରେ କୌଣସି ବୈଧାନିକ ଦାୟିତ୍ୱ ନ ଥିବା ସେ ଦର୍ଶାଇଛନ୍ତି। ୧୯୯୯ ରୁ ୨୦୦୯ ମସିହା ମଧ୍ୟରେ ରାଜ୍ୟର ଜଳ ସେଚନ ମନ୍ତ୍ରୀ ରୂପରେ ପାଓ୍ବାର ଅବସ୍ଥାପିତ ଥିବାବେଳେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ୩୨ଟି ଜଳସେଚନ ପ୍ରକଳ୍ପକୁ ନେଇ ୧୭,୭୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ।