ମୁମ୍ବାଇ, ୬/୧୨: ଫିଲ୍ମ ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ । ଗୋଟିଏ ରୋମାଣ୍ଟିକ୍ କମେଡ଼ି ହୋଇଥିବାବେଳେ ଅନ୍ୟଟି ଐତିହାସିକ ଫିଲ୍ମ।
୧୯୭୮ ମସିହାରେ ରିଲିଜ୍ ହୋଇଥିବା ରଞ୍ଜିତ୍ କୁମାର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍ଙ୍କ ରିମେକ୍ ଫିଲ୍ମ ହେଉଛି ‘ପତି ପତ୍ନୀ ଔର ଓ୍ବ’ । ଏହି ଫିଲ୍ମରେ କାର୍ତ୍ତିକ, ଆର୍ଯ୍ୟାନ୍ ଓ ଭୂମି ପେଣ୍ଡେନ୍କର୍ ଅଭିନୟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ଗ୍ରହଣ କରିଛନ୍ତି ମୁଦାସାର୍ ଅଜିଜ୍ । ଫିଲ୍ମର ଗୀତଗୁଡ଼ିକ ବେଶ୍ ହିଟ୍ ରହିଥିବାବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବା ନେଇ ଆଶା କରାଯାଇଛି ।
ସେହିପରି ଆଶୁତୋଷ ଗୋଓ୍ବାରିକର୍ଙ୍କ ନିର୍ଦ୍ଦେଶିତ ‘ପାନିପଥ୍’ରେ ସଞ୍ଜୟ ଦତ୍ତ, ଅର୍ଜୁନ୍ କପୁର୍ ଓ କ୍ରିତ୍ ସାନୋନ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ମରାଠା ଓ ଅଫଗାନ୍ଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧକୁ ଏହି ଫିଲ୍ମରେ ଦର୍ଶାଯାଇଥିବାବେଳେ ଦୀର୍ଘ ଦିନ ପରେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାରେ ପୁଣି ଥିରେ ଦେଖିବାକୁ ମିଳିଛି । ତେବେ ଏହି ଦୁଇଟି ଫିଲ୍ମ ମଧ୍ୟରୁ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି, ତାହା ଆଗାମୀ ସମୟରେ ଜଣାପଡିବ ।