
ଶ୍ରୀହରିକୋଟା,11/12 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । ସାଟେଲାଇଟ ଇମେଜିଂ ଉପଗ୍ରହ ରିସାଟ୍-2ବିଆର1 ସହିତ ଅନ୍ୟ 9ଟି ବିଦେଶୀ ଉପଗ୍ରହର ଉତ୍କ୍ଷେପଣ କରିଛି ଇସ୍ରୋ । ରିସାଟ୍-2ବିଆର1ର ଓଜନ 628 କିଗ୍ରା ରହିଥିବା ବେଳେ ଭୂପୃଷ୍ଠରୁ ଏହା 576 କିମି ଉଚ୍ଚ 37 ଡିଗ୍ରୀରେ ଅବସ୍ଥାନ କରିବ । ପିଏସ୍ଏଲ୍ଭି-ସି48 ଜରିଆରେ ଏହି ଉତ୍କ୍ଷେପଣ ହୋଇଥିଲା । ଏହା ପିଏସ୍ଏଲ୍ଭିର 50 ତମ ଉତ୍କ୍ଷେପଣ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପିଏସ୍ଏଲ୍ଭି ଜରିଆରେ ଚନ୍ଦ୍ରାୟନ-2ର ଉତ୍କ୍ଷେପଣ କରାଯାଇଥିଲା । ରିସାଟ୍-2ବିଆର1 ସହିତ 9ଟି ବିଦେଶୀ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯାଇଛି । ଏହା ମଧ୍ୟରେ ଆମେରିକାର 6ଟି ଉପଗ୍ରହ ରହିଥିବା ବେଳେ ଇସ୍ରାଏଲ, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି । (ଏଜେନ୍ସୀ)