ଝାରଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 17ଟି ଆସନ ପାଇଁ ଭୋଟ ଗ୍ରହଣ

Published: Dec 12, 2019, 9:07 am IST

ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଆଜି 17ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । କଡା ସୁରକ୍ଷାକ ବ୍ୟବସ୍ଥା ମଧ୍ୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । କେବଳ ରାଞ୍ଚି,ହାଟିଆ, କାଙ୍କେ, ରାମଗଡ ଏବଂ ବର୍କଥାରେ ଅପରାହ୍ନ 5ଟା ଯାଐଁ ଭୋଟ ଗ୍ରହଣ ଜାରି ରହିବ । 17ଟି ଆସନରେ 32 ମହିଳା ପ୍ରାର୍ଥୀଙ୍କ ସମେତ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 56 ଲକ୍ଷ 6 ହଜାର 743ଜଣ ମତଦାତା ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Related posts