ନୂଆଦିଲ୍ଲୀ,16/12: 48 ତମ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ସୁରକ୍ଷା ପାଇଁ 1971 ଯୁଦ୍ଧରେ ବୀରତ୍ବ ଓ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ ବୋଲି ମୋଦି ଟ୍ବିଟ୍ କରିଛନ୍ତି । ସେମାନଙ୍କ ବୀରତ୍ୱ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ବର୍ଗିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । 1971 ମସିହାର ଆଜିର ଦିନରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ଏବଂ ବାଂଲାଦେଶର ସୃଷ୍ଟି ହୋଇଥିଲା ।