ଲକ୍ଷ୍ନୌ, 16/12: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲ ଆଜମଙ୍କ ବିଧାୟକ ପଦକୁ ଆଲହାବାଦ ହାଇକୋର୍ଟ ରଦ୍ଦ କରିଛନ୍ତି । ଅବଦୁଲ୍ଲା ଆଜମ ୟୁପିର ସ୍ୱାରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2017ରେ ନିର୍ବାଚନ ଲଢ଼ିବା ସମୟରେ ଅବଦୁଲାଙ୍କୁ 25 ବର୍ଷ ହୋଇ ନ ଥିବା ଅଭିଯୋଗ କରି ବିଏସ୍ପି ସଦସ୍ୟ ନଓ୍ବାବ୍ କାଜିମ୍ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଅବଦୁଲା ମିଥ୍ୟ ତଥ୍ୟ ଏବଂ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇ ସେପ୍ଟେମ୍ବର 27ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ଏସ୍.ପି. କେଶରଓ୍ବାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାଜିମ ଅଲୀଙ୍କ ତରଫରୁ ଦାଖଲ ହୋଇଥିବା ଯାଚିକାରେ ଅବଦୁଲ୍ଲା ଆଜମଙ୍କ 10 ଶ୍ରେଣୀର ମାର୍କସିଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଦରେ ରୁଜୁ ଥିବା ଜନ୍ମତିଥିକୁ ଆଧାର କରାଯାଇଥିଲା । (ଏଜେନ୍ସି)
