ଥିରୁଅନନ୍ତପୁରମ୍,16/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି)କୁ ବିରୋଧ କରି ଜାତୀୟ ଚଳଚିତ୍ର ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ସୁଦାନୀ ଫ୍ରମ ନାଇଜେରିଆର ସମଗ୍ର ଅଭିନେତା । 66 ତମ ଜାତୀୟ ଚଳଚିତ୍ର ଉତ୍ସବରେ ଶ୍ରେଷ୍ଠ ମାଲାୟଲମ ଫିଲ୍ମ ଘୋଷିତ ହୋଇଥିବା ‘ସୁଦାନୀ ଫ୍ରମ୍ ନାଇଜେରିଆ’ର ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ବିରୋଧରେ ପ୍ରତିବାଦ ସ୍ବରୂପ ପୁରସ୍କାର ପ୍ରଦାନ ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଜାକରିୟା ମହମ୍ମଦ । ଫିଲ୍ମର କୌଣସି କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏହି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।