ନୂଆଦିଲ୍ଲୀ,17/12 : ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ପ୍ରତିବାଦ ଥମିବାର ନାଁ ନେଉନାହିଁ । ଜଙ୍ଗଲ ନିଆଁ ପରି ସମଗ୍ର ଦେଶକୁ ବ୍ୟାପିଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ଆସାମରୁ ଆରମ୍ଭ ହୋଇଥିବା ଆନ୍ଦୋଳନ କାରଣରୁ ଆସାମ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଗୌହାଟୀ ଏବଂ ଦିବ୍ରୁଗଡ ପରି ସହରରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥିତିରେ ସୁଧାର ଆସିବା ପରେ ଗୌହାଟୀରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବରେ ହଟାଯାଇଥିବା ବେଳେ ଦିବ୍ରୁଗଡରେ କର୍ଫ୍ୟୁ ଆଂଶିକ ଭାବରେ କୋହଳ କରାଯାଇଛି । ମଙ୍ଗଳବାର ସକାଳ 6ଟାରୁ ଆସାମରୁ କର୍ଫ୍ୟୁ ହଟାଯାଇଥିବା ବେଳେ ଦିବ୍ରୁଗଡରୁ ଦୈନିକ 14 ଘଣ୍ଟା ପାଇଁ ଆଂଶିକ ଭାବରେ କର୍ଫ୍ୟୁ କୋହଳ କରାଯାଇଛି ।