ଲକ୍ଷ୍ନୌ, 17/12: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ମାନେ ତୀବ୍ର ବିରୋଧ କରୁଛନ୍ତି । ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଗତକାଲି ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍ ସାମ୍ନାରେ ଧାରଣା ଦେଇଥିବାବେଳେ ଆଜି ଜଣେ ଏସ୍ପି ବିଧାୟକ ଏକ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଧାୟକ ଜଣକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ଜଣେ ବିଧାୟକ ନଇମ ଉଲ୍ ହସନ ହାତରେ ଭାରତ ମାନଚିତ୍ରର ପୋଷ୍ଟର ଓ ସମ୍ବିଧାନର ବହି ଧରିବା ସହ ଲୁହାର ବେଡି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। (ଏଜେନ୍ସି)