ମୁମ୍ବାଇ, 17/12: କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ବିଲ୍କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ ଦୃଢ ସ୍ବରରେ ବିରୋଧ କରୁଥିବାବେଳେ ଏହାକୁ ନେଇ ଜାମିଆ ଇସ୍ଲାମିଆ ୟୁନିଭରସିଟିରେ ମଧ୍ୟ ତୁମୁଳ କାଣ୍ଡ ଘଟିଯାଇଛି। ପୋଲିସ୍ ଓ ଛାତ୍ର ମୁହାଁମୁହିଁ ହୋଇ ଘଟଣା ଏବେ ବେଶ୍ ଉତ୍ତେଜକ ସ୍ଥିତିରେ ରହିଛି। ଏହାକୁ ନେଇ ସମସ୍ତ ବିରୋଧୀ ସରକାରଙ୍କ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ନିକଟରେ ମିତ୍ରରୁ ବିରୋଧୀ ହୋଇଥିବା ଶିବସେନା ମଧ୍ୟ ମୁହିଁ ଖୋଲିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଜାମିଆ ଇସ୍ଲାମିଆ ୟୁନିଭର୍ସିଟିରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜାଲିଓ୍ବାଲାବାଗ୍ ଘଟଣା ସହ ତୁଳନା କରିଛନ୍ତି। ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ଯୁବକଙ୍କୁ ଉସୁକାଅ ନାହିଁ, କାରଣ ସେମାନଙ୍କ ପାଖରେ ବମ୍ ପରି ଶକ୍ତି ରହିଛି । (ଏଜେନ୍ସି)