ସମୀକ୍ଷା ବ୍ୟୁରୋ
ସମ୍ବଲପୁର,18/12 : ସମ୍ବଲପୁର କମିଶନରେଟ ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଅଭିନବ ବ୍ୟବସ୍ଥା ଆପଣେଇଛି । ଏଣିକି ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ୍ କର୍ମଚାରୀ ଚଳାଇବେ ପିସିଆର୍ ଭ୍ୟାନ୍ ଓ ବାଇକ୍ ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୁଧବାର ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକ୍ର ଶୁଭାରମ୍ଭ କରିଛନ୍ତି । ମୋଟ୍ 10ଟି ପିସିଆର ବାଇକ୍ ମଧ୍ୟରୁ 2ଟି ବାଇକ୍ ମହିଳାଙ୍କ ପାଇଁ ରହିଥିବା ବେଳେ 2ଟି ପିସିଆର ଭ୍ୟାନ୍ ମଧ୍ୟ ମହିଳା ଚଲାଇବେ ବୋଲି ଜଣାପଡିଛି ।