ମୁମ୍ବାଇ,18/12: ରେମୋ ଡିସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର-3ଡିର ଟ୍ରେଲର ରିଲିଜ୍ ହୋଇଛି । ଏବିସିଡି ଏବଂ ଏବିସିଡି-2ର ତୃତୀୟ ଭାଗରେ ବରୁଣ ଧଓ୍ବନ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନୋରା ଫତେହୀ, ଅପାରଶକ୍ତି ଖୁରାନା ଏବଂ ପ୍ରଭୁ ଦେବା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଭାରତ ପାକ୍ ସମ୍ପର୍କର ତିକ୍ତତା ଦେଖାଇଛନ୍ତି ରେମୋ । ଏହା ସହିତ 90 ଦଶକର ଲୋକପ୍ରିୟ ଗୀତ ମୁକାବିଲାରେ ପ୍ରଭୁଦେବା ନାଚୁଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ହଲିଉଡ୍ ଫିଲ୍ମ ଷ୍ଟେପ୍ଅପ୍-3ରେ କିଛି ସିନ୍ କପି କରାଯାଇଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଜାନୁୟାରୀ 24, 2020ରେ ରିଲିଜ ହେବାକୁ ଯାଉଛି ।