ୱାସିଂଟନ, ୧୯/୧୨ : ଆମେରିକା ରାଷ୍ଟ୍ରପତିଙ୍କ ଟ୍ରମ୍ପ୍କୁ ବଡ଼ ଝଟ୍କା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା। ବିତର୍କ ପରେ ପୁଣି ମତଦାନ ହୋଇଥିଲା। ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପ ବିରୋଧରେ ମହାଭିଯୋଗ ଚଲାଇବା ପକ୍ଷରେ ମତଦାନ କରିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି। ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଣ୍ଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି। (ଏଜେନ୍ସି)