ପୁରୀ, 19/12: ପୁରୀକୁ ବିଶ୍ଵ ଦରବାରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ପୁରୀ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ବହୁ ପୁରାତନ ମଠ ମନ୍ଦିର, ବିଭିନ୍ନ ଲୋକଙ୍କ ଘର ଓ ଦୋକାନ ବଜାର ସବୁ ମାଟିରେ ମିଶିଲାଣି। ଆଜି ମଧ୍ୟ ଉଚ୍ଛେଦ ହେଉଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଗତକାଲି ବିଳମ୍ବିତର ରାତ୍ରିରେ ପୁରୀ ସ୍ବର୍ଗଦ୍ବାର ପରିସରୁ ବିଜୁ ସ୍ମୃତି ପୀଠ ଉଚ୍ଛେଦ କରାଯାଇଛି । (ଏଜେନ୍ସି)