ନୂଆଦିଲ୍ଲୀ,19/12 : ନୂଆଦିଲ୍ଲୀରେ ଆନ୍ଦୋଳନ କରୁଥିବା ବେଳେ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖାଯାଇଛି । ଅଟକ ରଖାଯିବା ପରେ ଯୋଗେନ୍ଦ୍ର ଯାଦବ ନିଜର ଏକ ଫଟୋ ଟ୍ବିଟ୍ କରିଛନ୍ତି । ଡିସେମ୍ବର 19 ତାରିଖରେ ସରକାର ମୋତେ ଅଟକ ରଖିଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । ଅସ୍ଫାକୁଲ୍ଲା ଖାନ୍ ଏବଂ ରାମପ୍ରସାଦ ବିସ୍ମିଲ୍ଙ୍କ ତିରୋଧାନ ଦିବସରେ ଅଟକ ରଖାଯାଇଥିବାରୁ ଏହା ସ୍ବାଧିନତା ସଂଗ୍ରାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଯୋଗେନ୍ଦ୍ର ଟ୍ବିଟ୍ କରିଛନ୍ତି । ଯୋଗେନ୍ଦ୍ର ଯାଦବଙ୍କ ସହିତ ପଟିଆଲାର ପୂର୍ବତନ ସାଂସଦ ଡ. ଧରମବୀର ଗାନ୍ଧୀଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିବାଦକାରୀଙ୍କ ସହିତ ଲାଲ କିଲ୍ଳା ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଅଟକ ରଖାଯାଇଥିଲା । (ଏଜେନ୍ସୀ)