Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ ନିଲାମୀ : 15.5କୋଟି ସହିତ ପ୍ୟାଟ୍‌ କମିନ୍ସ ଦାମୀ ଖେଳାଳି, ପୀୟୁଷ ଚାଓ୍ବଲା ଦାମୀ ଭାରତୀୟ
ଆଜିର ଖବର

ଆଇପିଏଲ୍‌ ନିଲାମୀ : 15.5କୋଟି ସହିତ ପ୍ୟାଟ୍‌ କମିନ୍ସ ଦାମୀ ଖେଳାଳି, ପୀୟୁଷ ଚାଓ୍ବଲା ଦାମୀ ଭାରତୀୟ

December 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା,19/12 :ଆଇପିଏଲ୍‌ 2020 ପାଇଁ ନିଲାମୀ କୋଲକାତାରେ ଆରମ୍ଭ ହୋଇଛି । ବିଦେଶୀ ଖେଳାଳି ଭାବରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କଲିକତା ନାଇଟ୍‌ ରାଇଡର୍ସ (କେକେଆର) କମିନ୍ସଙ୍କୁ 15.50 କୋଟି ଟଙ୍କାରେ କିଣିଛି । ପ୍ୟାଟ୍ କମିନ୍ସଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବାଜି ମାରି ନେଇଥିଲା କେକେଆର । ଉଭୟ ଦଳ 15.25ରେ ପହଞ୍ଚିବା ପରେ କେକେଆର 15.50 କୋଟିରେ କମିନ୍ସଙ୍କୁ କିଣିଥିଲା । ସେହିପରି ଅଷ୍ଟ୍ରେଲୀୟ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ 10.75 କୋଟିରେ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ ଚେଷ୍ଟା କରିଥିଲା । ସେହିପରି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ 10 କୋଟିରେ ଆରସିବିକୁ ଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ଡନ୍‌ କଟରେଲ୍‌(8.5 କୋଟି) ରାଜସ୍ଥାନ ଏବଂ ନାଥାନ କଲ୍ଟର ନାଇଲ୍‌(8 କୋଟି) ଦାମରେ ମୁମ୍ବାଇକୁ ଯାଇଛନ୍ତି । ଇଂଲଣ୍ଡର ସାମ୍‌ କୁରାନ୍‌ଙ୍କୁ(5.5 କୋଟି)ରେ ଚେନ୍ନାଇ କିଣିଥିବା ବେଳେ ଇଅନ୍‌ ମୋର୍ଗାନଙ୍କୁ 5.2 କୋଟି ଟଙ୍କାରେ କେକେଆର କିଣିଛି ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ପୀୟୁଷ ଚାଓ୍ବଲାଙ୍କୁ ସର୍ବାଧିକ 6.75 କୋଟି ଟଙ୍କାରେ ଚେନ୍ନାଇ କିଣିଛି । ଏହି ଭେଟେରାନ ସ୍ପିନର ବିଗତ ଚାରି ସିଜିନ ଧରି କୋଲକାତା ପାଇଁ ଖେଳି ଆସୁଥିଲେ । ଅନ୍ୟତମ କେକେଆର ଖେଳାଳି ରବିନ ଉତ୍ଥାପା 3 କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କୁ ଆଶ୍ଚର୍ଯ୍ୟଜନକ ଭାବରେ କେକେଆର 4 କୋଟି ଟଙ୍କାରେ କିଣିଛି । ଗତ ସିଜିନରେ ପଞ୍ଜାବ ଚକ୍ରବର୍ତ୍ତୀଙ୍କୁ 8.4 କୋଟିରେ କିଣିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଥିଲେ । (ଏଜେନ୍ସୀ)

ipl2020
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025
Latest News

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025

ନିଜ ମୃତ ପିତାଙ୍କ ସହ କଥା ହେଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ଏହା କିପରି ସମ୍ଭବ?

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.