Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ ନିଲାମୀ : 15.5କୋଟି ସହିତ ପ୍ୟାଟ୍‌ କମିନ୍ସ ଦାମୀ ଖେଳାଳି, ପୀୟୁଷ ଚାଓ୍ବଲା ଦାମୀ ଭାରତୀୟ
ଆଜିର ଖବର

ଆଇପିଏଲ୍‌ ନିଲାମୀ : 15.5କୋଟି ସହିତ ପ୍ୟାଟ୍‌ କମିନ୍ସ ଦାମୀ ଖେଳାଳି, ପୀୟୁଷ ଚାଓ୍ବଲା ଦାମୀ ଭାରତୀୟ

December 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା,19/12 :ଆଇପିଏଲ୍‌ 2020 ପାଇଁ ନିଲାମୀ କୋଲକାତାରେ ଆରମ୍ଭ ହୋଇଛି । ବିଦେଶୀ ଖେଳାଳି ଭାବରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କଲିକତା ନାଇଟ୍‌ ରାଇଡର୍ସ (କେକେଆର) କମିନ୍ସଙ୍କୁ 15.50 କୋଟି ଟଙ୍କାରେ କିଣିଛି । ପ୍ୟାଟ୍ କମିନ୍ସଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବାଜି ମାରି ନେଇଥିଲା କେକେଆର । ଉଭୟ ଦଳ 15.25ରେ ପହଞ୍ଚିବା ପରେ କେକେଆର 15.50 କୋଟିରେ କମିନ୍ସଙ୍କୁ କିଣିଥିଲା । ସେହିପରି ଅଷ୍ଟ୍ରେଲୀୟ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ 10.75 କୋଟିରେ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ ଚେଷ୍ଟା କରିଥିଲା । ସେହିପରି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ 10 କୋଟିରେ ଆରସିବିକୁ ଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ଡନ୍‌ କଟରେଲ୍‌(8.5 କୋଟି) ରାଜସ୍ଥାନ ଏବଂ ନାଥାନ କଲ୍ଟର ନାଇଲ୍‌(8 କୋଟି) ଦାମରେ ମୁମ୍ବାଇକୁ ଯାଇଛନ୍ତି । ଇଂଲଣ୍ଡର ସାମ୍‌ କୁରାନ୍‌ଙ୍କୁ(5.5 କୋଟି)ରେ ଚେନ୍ନାଇ କିଣିଥିବା ବେଳେ ଇଅନ୍‌ ମୋର୍ଗାନଙ୍କୁ 5.2 କୋଟି ଟଙ୍କାରେ କେକେଆର କିଣିଛି ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ପୀୟୁଷ ଚାଓ୍ବଲାଙ୍କୁ ସର୍ବାଧିକ 6.75 କୋଟି ଟଙ୍କାରେ ଚେନ୍ନାଇ କିଣିଛି । ଏହି ଭେଟେରାନ ସ୍ପିନର ବିଗତ ଚାରି ସିଜିନ ଧରି କୋଲକାତା ପାଇଁ ଖେଳି ଆସୁଥିଲେ । ଅନ୍ୟତମ କେକେଆର ଖେଳାଳି ରବିନ ଉତ୍ଥାପା 3 କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କୁ ଆଶ୍ଚର୍ଯ୍ୟଜନକ ଭାବରେ କେକେଆର 4 କୋଟି ଟଙ୍କାରେ କିଣିଛି । ଗତ ସିଜିନରେ ପଞ୍ଜାବ ଚକ୍ରବର୍ତ୍ତୀଙ୍କୁ 8.4 କୋଟିରେ କିଣିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଥିଲେ । (ଏଜେନ୍ସୀ)

ipl2020
Share. Facebook Twitter LinkedIn Email WhatsApp Copy Link

Related Posts

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.