ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,19/12 :
ଭାରତୀୟ କଷ୍ଟ୍ ଆକାଉଣ୍ଟାଣ୍ଟ୍ ପ୍ରତିଷ୍ଠାନ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟକର ନିୟମ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର 21 ଏବଂ 22 ତାରିଖରେ ଭୁବନେଶ୍ବରରେ ଏହି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଆୟକରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ସୁଯୋଗ ସମ୍ପର୍କରେ ଏକ ବିତର୍କ ଅନୁଷ୍ଠିତ ହେବ । ଗତବର୍ଷ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ଆଇସିଏଆଇର ଏହି ସମ୍ମିଳନୀରେ ଖର୍ଚ୍ଚକାଟ ଏବଂ ଖର୍ଚ୍ଚ ନିୟନ୍ତ୍ରଣ ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟର ସବୁ ପ୍ରାନ୍ତରୁ ଶତାଧିକ କଷ୍ଟ୍ ଆକାଉଣ୍ଟାଣ୍ଟ ପରୋକ୍ଷ ଟିକସ କମିଟି ପକ୍ଷରୁ ଏହି କର୍ମଶାଳାରେ ଯୋଗ ଦେବେ ବୋଲି ଜଣାପଡିଛି । ଆଇସିଏଆଇର ସମସ୍ତ ସଦସ୍ୟଙ୍କୁ ଯୋଗଦେବା ପାଇଁ ଆଇସିଏଆଇ ଭୁବନେଶ୍ବରର ଉପ ମୁଖ୍ୟ ଏସ୍ପି ପାଢୀ ଆମନ୍ତ୍ରଣ କରିଛନ୍ତି। ପାଢୀଙ୍କ ବ୍ୟତିତ ସିଏମ୍ଏ ନିରଞ୍ଜନ ମିଶ୍ର ଏବଂ ରାକେଶ ଭଲ୍ଲା ଏହି ପ୍ରେସମିଟ୍ରେ ଯୋଗ ଦେବେ।