ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,19/12 : ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଦାବି କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି । ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ । ଅହିଂସା ହିଁ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ଅନ୍ୟ ସବୁ ସଂଗ୍ରାମଠୁ ନିଆରା କରିଛି । ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବସମାଜ ଆପଣାଇବା ଉଚିତ୍ ।
ଯେପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ ବୋଲି ଗାନ୍ଧିଜୀ କହୁଥିଲେ । ବିନା ଅହିଂସାରେ ଦାରିଦ୍ର୍ୟ ଦୂର କରାଯାଇ ପାରିବ ନାହିଁ । ଜାତି, ଧର୍ମ ଓ ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇ ପାରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମେ’ 2 ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ କମିଟିର ପ୍ରଥମ ବୈଠକରେ ଯୋଗ ଦେଇ ‘ଅହିଂସା’ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ନବୀନ ଦାବି ଉପସ୍ଥାପନ କରିଥିଲେ ।