ରାଞ୍ଚି, 20/12: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯାୟରେ ୧୬ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ଆଜି ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ମତଦାନ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଚଳ ବୋଲି କୁହାଯାଉଛି । ଶେଷ ପର୍ଯ୍ୟାୟରେ ୪୦ ଲକ୍ଷ ୫ ହଜାର ୨୮୭ ମତଦାତା ନିଜର ମତାଧିକାର ପ୍ରୟୋଗ କରିବେ । ଆଜି ମତଦାନ ହେବାକୁ ଥିବା ୧୬ଟି ଆସନରୁ ୭ଟି ଆସନ ଅନୁସୂଚିତ ଜନତାତିଙ୍କ ସଂରକ୍ଷିତ ।୨୦୧୪ର ବିଧାନସଭା ନିର୍ବାଚନରେ ଜେଏମଏମ ୬ଟି ବିଜେପି ୫ଟି ଆସନରେ ବିଜୟୀ ହୋଇଥିଲା । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି । ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । (ଏଜେନ୍ସି)