ମୁମ୍ବାଇ, 19/12 : ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ ୩’ର ଦବଙ୍ଗ ସିରିଜର ଏହା ତୃତୀୟ ସଂସ୍କରଣ ଅଟେ । ପ୍ରଭୁଦେବଙ୍କ ନିର୍ଦ୍ଦେଶିତ ତଥା ସଲମାନ୍ଙ୍କ ପ୍ରଯୋଜିତ ଏହି ଫିଲ୍ମଟିରେ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ୍ ଖାନ୍, ସୋନାକ୍ଷୀ ସିହ୍ନା, ନବାଗତା ସାଇ ମଞ୍ଜେର୍କର୍, କିଚା ସୁଦୀପ୍ ପ୍ରମୁଖ ଅଭିନୟ କରିଛନ୍ତି । ପୂର୍ବରୁ ଦବଙ୍ଗର ଦୁଇଟି ଯାକ ସିରିଜ୍ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜ୍ ରହିଛି। ତେବେ ଫିଲ୍ମକୁ ଫିଲ୍ମ ସମୀକ୍ଷକମାନେ ଭଲ ରେଟିଂ ଦେଇଥିବାବେଳେ ଫ୍ୟାନ୍ମାନଙ୍କଠାରୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । (ଏଜେନ୍ସି)