ଆସାମ, 20/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ବିରୋଧ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ପ୍ରଦର୍ଶନକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଆସାମ ଜନସାଧାରଣଙ୍କୁ ରାଜ୍ୟରେ ଶାନ୍ତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଅପିଲ୍ କରିଛନ୍ତି। ରାଜ୍ୟବାସୀ ଶାନ୍ତି ବଜାୟ ରଖି ସମସ୍ତ ପ୍ରକାର ହିଂସାରୁ ନିବୃତ୍ତ ରୁହନ୍ତୁ ବୋଲି ନିବେଦନ କରିଛନ୍ତି । ମାଟିର ପୁଅ ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ। ଆମର ଭାଷା ଓ ପରିଚୟ ନେଇ କୌଣସି ବିପତ୍ତି ନାହିଁ ବୋଲି ସୋନୱାଲ କହିଛନ୍ତି। (ଏଜେନ୍ସି)