କେନ୍ଦୁଝର,19/12: କେନ୍ଦୁଝରରେ ଜଣେ ବିଚରାଧୀନ ବନ୍ଦୀଙ୍କର ଆଜି ମୃତ୍ୟୁ ଘଟିଛି। ବନ୍ଦୀଜଣକର ନାମ ତୁରୀ ମୁଣ୍ଡା। ନାବାଳିକା ଦୁଷ୍କର୍ମ ମାମଲାରେ ସେ ଜେଲରେ ରହିଥିଲେ। ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ତୁରୀ ମୁଣ୍ଡାଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। କାରଣ ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲେ । ଗତକାଲି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ଡରିଯାଇଥିଲେ ତୁରୀ ମୁଣ୍ଡା। ସୁନୀଲ ନାଏକଙ୍କ ଭଳି ତାଙ୍କୁ ମଧ୍ୟ ଫାଶୀ ହେବ ଭାବି ଥିଲେ। ତେଣୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୮ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ଦୋଷୀ ସୁନିଲ ନାଏକକୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ସୁନୀଲ ନାଏକ ନାଁରେ ୩୦୨, ୩୬୩, ୩୭୬ ଭଳି ଅନେକ ଦଫା ଲାଗିଥିଲା। (ଏଜେନ୍ସି)