ମୁମ୍ବାଇଏ 19/12 : ଫିଲ୍ମ ନିର୍ମାତା ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ବଲିଉଡ୍ ଅଭିନେତା ରଣବୀର କପୁର୍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଲଭ ରଂଜନ ଓ ଅଙ୍କୁର ଗର୍ଗ ନିଜ ବ୍ୟାନର୍ ଲଭ୍ ଫିଲ୍ମସ୍ ବ୍ୟାନ୍ରରେ ଏହି ଟାଇଟଲ୍ ବିହୀନ ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି 2021ର ମାର୍ଚ୍ଚ 16 ରେ ରିଲିଜ୍ ହେବ । ଫିଲ୍ମ ବିଷୟରେ ଗର୍ଗ କହିଛନ୍ତି ଯେ, ‘ଆମେ ରଣବୀର୍ ଓ ଶ୍ରଦ୍ଧାଙ୍କ ଫ୍ରେଶ୍ ଯୋଡ଼ି ସହିତ ଲଭ୍ର ଫିଲ୍ମ ପାଇଁ ପ୍ରସ୍ତୁତ ଅଛୁ । ଆଶା କରୁଛୁ ଯେ, ଦର୍ଶକ ଏହି ଫିଲ୍ମକୁ ଯେବେ ଦେଖିବେ, ତେବେ ତାଙ୍କୁ ଏପରି ଅନୁଭବର ଅନୁଭୂତି ଦେବ । ଲଭ୍ ଫିଲ୍ମସ୍ ପୂର୍ବରୁ ‘ସୋନୁ କେ ଟିଟୁ କୀ ସ୍ବିଟି’ ଔର ‘ ଦେ ଦେ ପ୍ୟାର୍’ ଦେ ପରି ହିଟ୍ ଫିଲ୍ମ କରିସାରିଛନ୍ତି । 2018ରେ ‘ସୋନୁ କେ ଟିଟୁ କୀ ସ୍ବିଟି’ର ସଫଳତା ପରେ ଲଭ୍ ପୁଣିଥରେ ନିର୍ଦ୍ଦେଶକ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ନିର୍ମାତା କମ୍ପାନୀ 2020ରେ ‘ଜୟ ମମ୍ମୀ ଦି’, ‘ଛଲାଙ୍ଗ୍’ ଓ ‘ମଲଙ୍ଗ୍’ର ରିଲିଜ୍ ପାଇଁ ପ୍ରସ୍ତୁତ କରୁଛନ୍ତି । (ଏଜେନ୍ସି)