ମୁମ୍ବାଇ, 21/12: ଅଭିନେତ୍ରୀ କୃତି ସାନୋନ୍ ଆଗାମୀ ଫିଲ୍ମ ‘ମିମି’ରେ ଜଣେ ସରୋଗେଟ୍ ମଦର୍ ଭୂମିକାରେ ନଜର ଆସିବେ। କୃତି କହିଛନ୍ତି ଯେ, ସେ ଏହି ଫିଲ୍ମର 40 ପ୍ରତିଶତ ଶୁଟିଂ ସାରିଲେଣି। ଫେବୃଆରୀରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଶୁଟିଂ ପୂରା କରିବେ। ଗୃହପାଳିତ ପଶୁଙ୍କ ଦେଖାରକ୍ଷା ପାଇଁ କରାଯାଇଥିବା ଏକ ଇଭେଣ୍ଟରେ ଯୋଗଦେଇ କୃତି ଏକଥା କହିଛନ୍ତି। ‘ମିମି’ ଲକ୍ଷ୍ମଣ ଉଟେକର୍ଙ୍କ ଦ୍ବାରା ନିର୍ଦ୍ଦେଶିତ ତଥା ଦିନେଶ୍ ବିଜ୍ଞାନ ଦ୍ବାରା ନିର୍ମିତ ଏହି ଫିଲ୍ମଟି ଆଗାମୀ ବର୍ଷ ରିଲିଜ୍ ହେବାକୁ ଯାଉଛି। (ଏଜେନ୍ସି)