ମୁମ୍ବାଇ, 21/12: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏଥିପାଇଁ ସରକାର ୩୦ ସେପ୍ଟେମ୍ବର ୨୦୧୯କୁ କଟ୍ଅଫ୍ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ବିଷୟରେ ଘୋଷଣା କରିଛନ୍ତି। ବିରୋଧୀଙ୍କ ତରଫରୁ ସମ୍ପୂୁର୍ଣ୍ଣ ରୂପେ ଋଣରାଶି ଛାଡ଼ କରିବାକୁ ଦାବି କରାଯାଇଛି । (ଏଜେନ୍ସି)