Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକରେ ଡିଜିଟାଲ୍‌ ପଇଠ ମାଧ୍ୟମରେ ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବା ଉପରେ ଗୁରୁତ୍ବ
ଆଜିର ଖବର

୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକରେ ଡିଜିଟାଲ୍‌ ପଇଠ ମାଧ୍ୟମରେ ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବା ଉପରେ ଗୁରୁତ୍ବ

December 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, 21/12: ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍‌ଏଲ୍‌ବିସି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକ୍ରିୟ ଭାବେ ସମ୍ପାଦନା କରାଯାଉଥିବା ସମ୍ପର୍କରେ ଆଜିର ୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଉଦ୍‌ବୋଧନ ଦେଇ ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ  ଡିଜିଟାଲ୍‌ ପଇଠ ମାଧ୍ୟମରେ ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ହସ୍ତାନ୍ତର ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି। ମାଓ ଉପଦ୍ରୁବ ଅଞ୍ଚଳ ଗୁଡ଼ିକରେ ବ୍ୟାଙ୍କିଂ ସେବାର ଉନ୍ନତି ପାଇଁ ନାବାର୍ଡ ଓ ଏସ୍‌ଏଲ୍‌ବିସି ମଧ୍ୟରେ ଆଲୋଚନା ହୋଇ ଭିସାଟ୍‌ ମାଧ୍ୟମରେ ଇଣ୍ଟରେନଟ୍‌ ସେବା ଉପଲବ୍ଧ କରାଯିବା ପାଇଁ ମନ୍ତ୍ରୀ ପୂଜାରୀ କହିଛନ୍ତି। ସେହିପରି ଯେଉଁ ଗ୍ରାମପଞ୍ଚାୟତଗୁଡ଼ିକରେ ସ୍ଥାୟୀ ବ୍ୟାଙ୍କ ନାହିଁ, ସେଠାରେ ନୂଆ ବ୍ୟାଙ୍କ ଖୋଲିବା ପାଇଁ ଏକ କମିଟି ଗଠନ କରାଯାଇଛି  ସେହିପରି ଅଭାବୀ ଛାତ୍ରମାନଙ୍କୁ ଋଣ ଯୋଗାଇବା ଦିଗରେ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲଷ। ସେହିପରି  ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ପ୍ରତିକ୍ଷେତ୍ରରେ ଉପଯୁକ୍ତ ସେବା ଯୋଗାଇ ଦେବାରେ ପ୍ରମୁଖ ବ୍ୟାଙ୍କମାନେ ସୂଚାରୁ ରୂପେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ଏହି ବେୈଠକରେ ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସ୍ବତନ୍ତ୍ର ସଚିବ ଦେବାଶିଷ ପଣ୍ଡା, ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ୍‌ ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କିତ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌.କେ. ମଲ୍ଲ, ନାବାର୍ଡର ସିଜିଏମ୍‌ ଏ. ଚନ୍ଦ୍ରଶେଖର, ୟୁକୋ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଏ.କେ. ଗୋୟଲ୍‌, ରାଜ୍ୟ ଅର୍ଥ ପ୍ରତିଷ୍ଠାନର ସ୍ବତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ପି.କେ. ବିଶ୍ବାଳଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀ ଓ ପ୍ରମୁଖ ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026
Latest News

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.