Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଆହତ, କ୍ଷତିପୂରଣ ଦାବୀରେ ରାସ୍ତା ରୋକ
ଆଜିର ଖବର

ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଆହତ, କ୍ଷତିପୂରଣ ଦାବୀରେ ରାସ୍ତା ରୋକ

December 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
chatua accident road block

କୁଜଙ୍ଗ: ଗଡ଼କୁଜଙ୍ଗଠାରୁ ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ବାଲିତୁଠ କୁଜଙ୍ଗ ରାସ୍ତାରେ ଦୁର୍ଘଟଣା ଘଟି ଦୁଇ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଏରସମା ବ୍ଳକ ଓ କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମର ସ୍ୱର୍ଗତ ଗଙ୍ଗାଧର ଖୁଂଟିଆଙ୍କ ପୁତ୍ର ରବିନ୍ଦ୍ର ଖୁଂଟିଆ(୩୦) ଏବଂ ଏହି ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ସାନ୍ତନୁ ସାହୁଙ୍କୁ ପୁତ୍ର ଭବାନୀଶଙ୍କର ସାହୁ(୨୫) ଏକ ବାଇକ ଯୋଗେ ଶୁକ୍ରବାର ଗଡ଼କୁଜଙ୍ଗ ଠାରେ ଆୟୋଜିତ ଜିନ୍ଦଲ କମ୍ପାନୀର ପରିବେଶ ମଞ୍ଜୁରୀ ଜନଶୁଣାଣିରେ ଯୋଗଦେବାକୁ ଯାଇଥିଲେ। ଅପରାହ୍ନରେ ଜନଶୁଣାଣି ସ୍ଥଳରୁ ନିଜ ଗ୍ରାମକୁ ଫେରୁଥିବାବେଳେ ଅସାବଧାନତା ହେତୁ ଗରାଇଦେଇ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ରବୀନ୍ଦ୍ର ଏବଂ ଭବାନୀ ଗାଡ଼ିରୁ ଛିଟିକି ପଡ଼ିବା ସହିତ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଦୁଇ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୁଜଙ୍ଗ ମେଡ଼ିକାଲକୁ ନିଆଯାଇଥିଲା। ରବୀନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଯୋଗୁ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭବାନୀ ଆହତ ହୋଇ କୁଜଙ୍ଗ ମେଡ଼ିକଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛ। ମୃତକ ରବୀନ୍ଦ୍ର ଜଣେ ଗରୀବ, ଘରେ ତାଙ୍କର ପତ୍ନୀ ଏବଂ ଦୁଇ ନାବାଳକ ପୁତ୍ର ଅଛନ୍ତି। ଉକ୍ତ ଦୁଃଖଦ ଘଟଣାକୁ ନେଇ ଚଟୁଆ ଛକ ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଜି ଦିନ ତମାମ ବନ୍ଦ ରହିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଚଟୁଆ ଛକଠାରେ ରବୀନ୍ଦ୍ରଙ୍କ ମୃତ ଦେହ ପହଂଚିବା ପରେ ସ୍ଥାନୀୟ ଜନସାଧାରଣ ଏବଂ ବ୍ୟବସାୟୀମାନେ ମୃତଦେହ ରଖି କ୍ଷତିପୂରଣ ଦାବୀରେ କୁଜଙ୍ଗ ବାଲିତୁଠ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ କୁଜଙ୍ଗ ତହସିଲଦାର ପ୍ରଭାଷଚନ୍ଦ୍ର ବେହୁରା ଏବଂ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଂଚି ରେଡ଼କ୍ରଶ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା। ଅପରହ୍ନ ୪ଟାଠାରୁ ରାସ୍ତା ରୋକ କରାଯାଇ ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ ଚାଲିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 27, 2025

GST ହ୍ରାସ ଯୋଗୁଁ 21,000 ଟଙ୍କା ଶସ୍ତା ହେଲା ଏହି Honda ବାଇକ୍

September 27, 2025

ଘୋଷଣା ହେଲା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ..

September 27, 2025
Latest News

ସେପଟେ ରୋଡ୍ ଶୋ କାର୍ଯ୍ୟକ୍ରମ ପୂର୍ବରୁ ହଠାତ ସଭାସ୍ଥଳରେ ପହଞ୍ଚିଲେ ମୋଦୀ!: କିନ୍ତୁ ତାପରେ…..

September 27, 2025

“ଓସାମା ବିନ୍ ଲାଡେନଙ୍କୁ ଲୁଚାଇ ରଖିଥିବା ଦେଶ ଏବେ…”: ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ  

September 27, 2025

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ

September 27, 2025

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.