ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୩/୧୨: ଆସନ୍ତା ଜାନୁଆରୀ ମାସରୁ ‘ମୋ ସରକାର’ରେ ସାମିଲ୍ ହେବ ଶ୍ରମ ବିଭାଗ। ସେହିପରି ବିଦେଶରେ ରହି କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ବିଦେଶରେ ଥିବା ଓଡ଼ିଆ ଶ୍ରମିକଙ୍କ ଲାଗି ଦିଲ୍ଲୀରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲିବେ। ବିଦେଶ ମନ୍ତ୍ରାଳୟ ସହଯୋଗରେ ଦେଶ ବାହାରେ ଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ଆଦି ୫ଟି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଛି। ଖୁବଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ହେଲ୍ପଡେସ୍କ ଖୋଲିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେହିଭଳି ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।